ଇନ୍ଦୋର (ଅନୁସନ୍ଧାନ ବ୍ୟୁରୋ); ଆସନ୍ତାକାଲି ଦ୍ୱିତୀୟ ଟି-୨୦ । ଇନ୍ଦୋରରେ ଅନୁଷ୍ଠିତ ହେବ ଏହି ମ୍ୟାଚ । ପ୍ରଥମ ମ୍ୟାଚଟି ବାତିଲ ହେବା ପରେ ଏବେ ଦ୍ୱିତୀୟ ଟି-୨୦ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏହି ମ୍ୟାଚଟି ଉଭୟ ଦଳ ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଯିଏ ଜିତିବ ସେ ୨୦୨୦ ମସିହାର ପ୍ରଥମ ମ୍ୟାଚ ବିଜୟ ହେବ । ବିଜୟରୁ ବର୍ଷ ଆରମ୍ଭ ହେଲେ ଆଗକୁ ଏହା ଜାରି ରହିବ ବୋଲି ପ୍ରଂଶସକମାନେ କଥା ହେଉଛନ୍ତି । ତେବେ ଭାରତୀୟ ଦଳକୁ ଦୀର୍ଘଦିନ ପରେ ଫେରିଥିବା ବୁମରା ଏବଂ ଧାୱନଙ୍କ ଉପରେ ରହିବ ନଜର । କାରଣ ଉଭୟ ଆହତ କାରଣରୁ ଦଳରୁ ଦୂରେଇ ରହିଥିଲେ । ଏଣୁ ଏବେ ଫର୍ମକୁ ଫେରିବା ଲାଗି ଉଭୟ ଚେଷ୍ଠା କରିବେ ।
