ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ମୟୂରଭଞ୍ଜ (ଅନୁସନ୍ଧାନ ବ୍ୟୁରୋ); ବାରିପଦାରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବାରିପଦାରେ ଗସ୍ତରେ ଯାଇ ମୟୁରଭଞ୍ଜରେ ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବାରିପଦା ନିକଟ ବାଙ୍କିଶୋଳଠାରେ ଆଦାନୀ କିସ୍ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ପ୍ରଥମ ପର୍ଯ୍ୟାୟରେ କେବଳ ମୟୂରଭଂଜ ଜିଲ୍ଲାର ୧୫ଶହ ଗରିବ ଜନଜାତି ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢିବେ। ଆଦାନୀ କିସ୍ରେ କେବଳ ମୟୂରଭଞ୍ଜ ଜିଲ୍ଲାର ପିଲାମାନେ ନିଯୁକ୍ତି ପାଇବେ। ଆଦାନୀ ଫାଉଣ୍ଡେସନର ଆର୍ଥିକ ସହାୟତା ଏବଂ କିସ୍ର ସହଭାଗିତାରେ କିସ୍ ଜମିରେ ପ୍ରତିଷ୍ଠିତ ଏହି ଆବାସିକ ବିଦ୍ୟାଳୟ କିସ୍-ଭୁବନେଶ୍ୱର ଭଳି ସଂପୂର୍ଣ୍ଣ ଆବାସିକ ଓ ନିଃଶୁଳ୍କ ଭାବେ ପରିଚାଳିତ ହେବ। ପ୍ରାୟ ୫୦ ଏକର ପରିମିତ ଜମି ଉପରେ ସମ୍ପୂର୍ଣ୍ଣ ସବୁଜିମା ପରିବେଶ ମଧ୍ୟରେ ପ୍ରତିଷ୍ଠିତ ହୋଇଛି।

ଏହା ଛଡା ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫ କୋଟିର ପ୍ୟାକେଜ୍ ଘୋଷଣା ସହ ୧୮ଟି ପାଇପ ଯୋଗାଣ ପ୍ରକଳ୍ପ, ୫ଟି ହାଇଲେଭଲ ସେତୁ, ମୋରଡା ବ୍ଲକରେ ନିର୍ମିତ ଭାଲିଆସୋଲ ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଉଦଘାଟନ କରିଛନ୍ତି ଜ୍ଝ ସେହିପରି ୨୦୦ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା କିଛି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଜ୍ଝ ବାରିପଦା ମ୍ୟୁନିସିପାଲଟି ଅଞ୍ଚଳବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ସହ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ଓ ୩ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।