କଟକ (ଅନୁସନ୍ଧାନ ବ୍ୟୁରୋ); ସାରା ବିଶ୍ୱରେ ଚାଲିଛି କ୍ରିକେଟ ମାନିଆଁ । ପିଲାଠୁ ବୁଢ଼ା ସମସ୍ତେ କ୍ରିକେଟ ପ୍ରେମରେ ପାଗଳ । ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଖରୁ ଦେଖିବା ଲାଗି ସମସ୍ତେ ଚାହିଁ ରହିଥାନ୍ତି । ତେବେ ବିଶ୍ୱର ଧନୀ କ୍ରିକେଟ ଲିଗ କୁହାଯାଉଥିବା ଆଇପିଏଲ ଦେଖିବାର ମଜା କିଛି ନିଆରା । ତେବେ ଏହି ବଡ ଟୁର୍ଣ୍ଣାମେଣ୍ଟର ଦୁଇ ତିନିଟି ମ୍ୟାଚ ଓଡିଶାକୁ ମିଳିଲେ ଭଲ ହୁଅନ୍ତା ବୋଲି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ତେବେ ବାରବାଟୀରେ ପୂର୍ବରୁ ମଧ୍ୟ ଏହି ଆଇପିଏଲ ମ୍ୟାଚ ଅନୁଷ୍ଠିତ ହୋଇସାରିଛି । ହାଇଦ୍ରାବାଦ ଏବଂ ପଞ୍ଜାବ ଏଠାରେ ହୋମ ଭେନ୍ୟୁ କରି ମ୍ୟାଚ ଦେଇଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ କିଛି ମିଳିଲେ ଭଲ ହୁଅନ୍ତା ବୋଲି ଓଡିଆ କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି । କାରଣ ଓଡିଶାକୁ ଯେତେ ବି ମ୍ୟାଚ ମିଳିଛି ସବୁ ମ୍ୟାଚରେ ଟିକେଟ ହାଉସଫୁଲ ହୋଇଛି । ଏଣୁ ଯଦି କୌଣସି ଟିମ ଯଦି ବାରବାଟୀକୁ ହୋମ ଭେନ୍ୟୁ ଭାବେ ବାଛନ୍ତା ତେବେ ଟିକେଟ ସମ୍ପୂର୍ଣ୍ଣ ସେଲ ହୋଇ ଯାଆନ୍ତା ।
