୨୫୫ରେ ଅଲଆଉଟ ହେଲା ଟିମ ଇଣ୍ଡିଆ

ମୁମ୍ବାଇ (ଅନୁସନ୍ଧାନ ବ୍ୟୁରୋ); ୨୫୫ରେ ଅଟକିଲା ଟିମ ଇଣ୍ଡିଆ । ୫ଟି ବଲ ବାକି ଥିବା ବେଳେ ଦଳ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୪ ରନ କରିଥିବା ବେଳେ କେଏଲ ରାହୁଲ ୪୭ ରନ କରିଥିଲେ । ତେବେ ଅନ୍ୟ କୌଣସି ଖେଳାଳି ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ନାହାଁନ୍ତି । ତେବେ ନିର୍ଦ୍ଧାରିତ ଓଭର ମଧ୍ୟରେ ଅଷ୍ଟ୍ରେଲିଆକୁ ଦରକାର ୨୫୬ ରନ ।

ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା କଙ୍ଗାରୁ ଦଳ । ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ରେ ଅଲଆଉଟ ହୋଇଯାଇଛି । ଆଜି ରୋହିତ ପ୍ରଥମରୁ ଆଉଟ ହୋଇ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲେ । ସେପଟେ ରାହୁଲ ଏବଂ ଧାୱନ ଯୋଡି ଭଲ ପ୍ରଦର୍ଶନ କରିଥିଲା ସତ କିନ୍ତୁ ପରବର୍ତ୍ତୀ ସମୟ ଅନ୍ୟ କେହି ବଡ ସ୍କୋର କରି ପାରି ନଥିଲେ ଏଣୁ ଭାରତ ୨୫୫ରେ ଅଟକି ଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।