ଭାଇରିପାଲିରେ ଭୟ, ବନ୍ଧୁକ ଦେଖାଇ ଲୁଟିନେଲେ

କଳାହାଣ୍ଡି (ଅନୁସନ୍ଧାନ); ସ୍ଥାନୀୟ ଜୟପାଟଣା ଥାନା ଅନ୍ତର୍ଗତ ଭାଇରିପାଲିରେ ଭୟ । ଗତକାଲି ବିଳମ୍ବିତ ରାତିରେ ୪ରୁ୫ଜଣ ଦୁବୃର୍ତ୍ତ ମୁଖା ପିନ୍ଧି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ଏବଂ ସନୁ ଗହଣା । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି ଭୟର ବାତାବରଣ । ଗ୍ରାମର ସୌରଭ ଜୈନଙ୍କ ଘରୁ ଚୋରି ହୋଇଥବା ସୂଚନା ମିଳିଛି । ପୋଲିସ ଖବର ପାଇବା ପରେ ଘଟଣାର ତନାଘନା କରୁଛି ।

ସୂଚନା ଥାଉକି, ଶୀତ ରାତିରେ ସମସ୍ତେ ଶୋଇଥିବା ବେଳେ ଚୋରମାନେ ଘରେ ପଶିଥିଲେ । ଆଉ ବନ୍ଧୁକ ଦେଖାଇ ସବୁ ଲୁଟି ନେଇଥିଲେ । ଆଖି ସାମନାରେ କଷ୍ଟ ଅର୍ଜିତ ସମ୍ପତି ଲୁଟ ହେଉଥିବା ଦେଖି ସୌରଭଙ୍କ ପରିବାର ଦୁଃଖରେ କାନ୍ଦି ପକାଉଥିଲେ । କିନ୍ତୁ ଚୋରମାନେ ସବୁ ନେଇ ଚମ୍ପଟ ମାରିଥିଲେ । ସକାଳୁ ଖବର ପାଇବା ପରେ ଘଟଣାସ୍ଥଳରେ ଏସପି ବାତୁଲା ଗଙ୍ଗାଧର ସନ୍ଧାନୀ କୁକୁର ସହ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ; ନିକୁଞ୍ଜ ଚାଲାଣ