ପୋଲସରା (ଅନୁସନ୍ଧାନ); ଜାଲ ସାର୍ଟିଫିକେଟ ଦେଇ ଚାକିରୀରେ ନିଯୁକ୍ତି ହୋଇଛନ୍ତି ଅଙ୍ଗନୱାଡି କର୍ମୀ । ଏହାକୁ ନେଇ ବାରମ୍ବାର ଜନସାଧାରଣ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେପଟେ ସିଡିପିଓ ମୋଟା ଅଙ୍କର ମାଲ ପକାଇ ଅଙ୍ଗନୱାଡି କର୍ମୀଙ୍କୁ ସୁରକ୍ଷା ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ନମିନା ପଞ୍ଚାୟତ ବିଲେଇଝୁଚରୀରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
କାର୍ଯ୍ୟରତ ଥିବା ଅଙ୍ଗନୱାଡି କର୍ମୀ ବିଜ୍ଞାନୀ ପ୍ରଧାନ ନିଜ ସାର୍ଟିଫିକେଟରେ ଜାଲିଆତି କରିଛନ୍ତି । ସେ ଶିକ୍ଷାବର୍ଷ ବଦଳ କରି ଜାଲ ସାର୍ଟିିଫିକେଟ ବନେଇଛନ୍ତି ଆଉ ଚାକିରୀ କରିଛନ୍ତି । ଏନେଇ ବିଲେଇଝୁରୀ ଗ୍ରାମର କ୍ରିଷ୍ଣାଚନ୍ଦ୍ର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ସେପଟେ ଜନଶୁଣାଣୀ ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଏସପି ବ୍ରିଜେସ ରାୟଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଏଯାବତ କୌଣସି ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି ।
ସେପଟେ ଏହି ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା । କିନ୍ତୁ ପଦକ୍ଷେପ କିଛି ଦିଆଯାଇନାହିଁ । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପ୍ରତିବାଦ ସ୍ୱର ଉଠିଛି । ଶିକ୍ଷିତ ଯୁବକ ଯୁବତୀ ଏବଂ ବୁଦ୍ଧିଜୀବୀମାନେ ଏହି ଘଟଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ଅଙ୍ଗନୱାଡି କର୍ମୀଙ୍କ ସୁରକ୍ଷା ଦେଉଛନ୍ତି ସିଡିପିଓ କୁନ୍ତଳା ନାୟକ । ଏକଥା କହିଛନ୍ତି ସ୍ଥାନୀୟ ଲୋକେ । ଅଙ୍ଗନୱାଡି କର୍ମୀଙ୍କ ସୁରକ୍ଷା ଦେବା ନିମନ୍ତେ ସିଡିପିଓ ମୋଟା ଅଙ୍କର ମାଲ ପକାଇଥିବା ଅଭିଯୋଗ ହୋଇଛି । ତେବେ ଆମ ଖବର ପ୍ରସାରଣ ହେବା ପରେ ପ୍ରଶାସନର ପଡିବ ଉଚିତ ନଜର । ଆମ କବର ପଢ଼ୁଥିବା ପାଠକଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଏହି ଖବରକୁ ଏତେ ମାତ୍ରାରେ ସେୟାର କରନ୍ତୁ କି ପ୍ରଶାସନ ପାଖରେ ଖବର ପହଁଞ୍ଚୁ ଆଉ ପ୍ରଶାସନ ଏଦିଗରେ ଉଚିତ ପଦକ୍ଷେପ ନିଅନ୍ତୁ ।
ରିପୋର୍ଟ; ଶିବ ପ୍ରସାଦ ସାହୁ
