ନୟାଗଡ (ଅନୁସନ୍ଧାନ ବ୍ୟୁରୋ); ନାହିଁ ନାହିଁରେ ଚାଲିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଶିଖରଗୋଛାରେ ରହିଥିବା ଉଦୟପୁର ଉଚ୍ଚ ବିଦ୍ୟାଳୟ । ନାଁ ଅଛନ୍ତି ଆବଶ୍ୟକ ମୁତାବକ ଶିକ୍ଷକ ନାଁ ଅଛନ୍ତି ଅନ୍ୟ କର୍ମଚାରୀ । ହାଇସ୍କୁଲ ହୋଇଥିଲେ ସୁଦ୍ଧା ଏଯାବତ ପିଅନ,କିରାଣୀ କିମ୍ବା ଆବଶ୍ୟକ ମୁତାବକ ସବୁ ବିଷୟ ଲାଗି ଶିକ୍ଷକ ନାହାଁନ୍ତି । ଯାହାକି ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ଉପରେ ସିଧା ପ୍ରଭାବ ପକାଉଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି ।
ତେବେ ଏଠାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ର ଛାତୀ ପାଠ ପଢ଼ୁଥିଲେ ସୁଦ୍ଧା ଖେଳିବା ଲାଗି ପଡିଆଟିଏ ନାହିଁ । ୧୯୫୩ ମସିହାରୁ ଏହି ବିଦ୍ୟାଳୟ ସ୍ଥାପିତ ହେଲାଣି । ୟୁପି ସ୍କୁଲରୁ ହାଇସ୍କୁଲ ହୋଇଛି କିନ୍ତୁ ପଡିଆ ନଥିବା ଏକ ଦୁର୍ଭାଗ୍ୟର କଥା । ପାଠ ଛଡା ଅନେକ ପିଲା ଖେଳକୁ ନିଜର କ୍ୟାରିୟର ଭାବେ ବାଛିଥାନ୍ତି । କିନ୍ତୁ ଯଦି ବିଦ୍ୟାଳୟରେ ପଡିଆ ନରହିବ ପିଲା ଖେଳିବା କେଉଁଠି । ଏଣୁ ବ୍ଳକ ସ୍ତରୀୟ ଖେଳରେ ସବୁବେଳେ କ୍ରୀଡାରେ ପଛରେ ରହୁଛି ବିଦ୍ୟାଳୟ ।
ସେପଟେ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ମଧ୍ୟ ନାହାଁନ୍ତି । ସବୁ ବିଷୟର ପାଠ ପଢ଼ାଇବା ଲାଗି ଶିକ୍ଷକଙ୍କ ମଧ୍ୟ ଅଭାବ ରହିଛି । ଏଣୁ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ଅସୁବିଧା ଉପୁଜୁଛି । ଏମିତି ଲାଗୁଛି ଯେମିତି ଖାଲି କାମ ଚଳା ହେଉଛି । ତେବେ ବିଦ୍ୟାଳୟରେ ଏତେସବୁ ଅବ୍ୟବସ୍ଥା ଘେରରେ ରହିଥିବାରୁ ବାରମ୍ବାର ଅଭିଭାକବମାନେ ଅଭିଯୋଗ କରିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ସବୁ ଅସୁବିଧାରେ ରହିଥିବା ସ୍କୁଲ ଉପରେ କଣ ଶିକ୍ଷା ଅଧିକାରୀଙ୍କ ନଜର ପଡିନାହିଁ କି? ନାଁ ଅସୁବିଧାର ସମ୍ମୁଖୀନ ଲାଗି ସ୍କୁଲ ପକ୍ଷରୁ ଦିଆଯାଇଥିବା ଅଭିଯୋଗ କେବଳ ବଡବାବୁଙ୍କ ଲାଲ ଫାଇଲ ତଳେ ଚାପି ହୋଇ ରହିଯାଇଛି? ଏଯାବତ ବଡ ବଡୁଆ ନଜର ପଡୁନଥିବା ଅତିନିନ୍ଦନୀୟ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ । ତେବେ ଆମେ ଆଶା କରୁଛୁ ଆମ ଖବର ପଢ଼ୁଥିବା ପରଠକମାନେ ଏହି ଖବରକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯାହାକି ଶିକ୍ଷା ବିଭାଗ ନଜର ପଡିବ ଏବଂ ବିଦ୍ୟାଳୟର ସମସ୍ତ ଅସୁବିଧାର ସମାଧାନ କରାଯିବ ।
