ଶବକୁ ମିଳିଲାନି କାନ୍ଧ,ସାଇକେଲରେ ଗଲା ମଶାଣୀ

କଳାହାଣ୍ଡି (ଅନୁସନ୍ଧାନ); ମରିଗଲା ମଣିଷ ପଣିଆଁ । ହଜିଗଲା ମାନବିକତା । ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ଶେଷରେ ଶବକୁ ସ୍କଶାନ ନେବା ଲାଗି ମିଳିଲାନି କାନ୍ଧ । ଆଜି ବି ଗାଁରେ କୁଷ୍ଠ ରୋଗକୁ ବଡରୋଗ ବୋଲି ଭାବୁଛନ୍ତି । ଏଣୁ ମଲାପରେ ମଧ୍ୟ ଶବ ପାଖକୁ କେହି ଆତ୍ମୀୟସ୍ୱଜନ ଯାଇନଥିଲେ । ଶେଷରେ ସାଇକେଲରେ ବୋହି ମଶାଣୀକୁ ନିଆଯାଇଥିଲା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ବେହେରାକୁଡା ଗ୍ରାମରୁ ଆସିଛି ଏଭଳି ଦୁଃଖଦ ଘଟଣା । ଗ୍ରାମର ସୁବାଷ ଦରୁଆନଙ୍କୁ ଚାରିକାନ୍ଧ ମିଳିନଥିବା ଦେଖିବାକୁ ମିଳିଛି ।

ଉିଳିଥିବା ସୂଚନା ମୁତାବକ, ଦୀର୍ଘଦିନ ହେବ ସୁବାଷ କୁଷ୍ଠ ରୋଗରେ ଆକ୍ରାାନ୍ତ ଥିଳେ । ଏଣୁ ଗାଁର କେହି ତାଙ୍କ ପାଖକୁ ଯାଉନଥିଲେ । ଏମିତି ଲାଗୁଥିଲା ସେ ଯେମିତି ଅଭିଶପ୍ତ ଜୀବନ ଜିଉଁଛନ୍ତି । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ମଶାଣୀକୁ ନେଇ ଶବ ସତ୍କାର କରିବା ଲାଗି ଗାଁଲୋକଙ୍କୁ ଡାକିଥିଲେ ମଧ୍ୟ କେହି ଆସିନଥିଲେ । ଶେଷରେ ବାଧ୍ୟ ହୋଇ ତାଙ୍କ ଦୁଇପୁଅ କମଲ ଦୁରିଆନ ଏବଂ ବଧସୀଂ ଦୁରିଆନ ସାଇକେଲରେ ନିଜ ବାପାଙ୍କ ଶବୁକ ନେଇ ମଶାଣୀକୁ ନେଇଥିଳେ । ଆଉ ସତ୍କାର କରିଥିଲେ । ତେବେ ଏହି ଖବର ଯିଏ ଶୁଣୁଛି ସିଏ କହୁଛି ସତରେ ମରିଯାଇଛି ମଣିଷ ପଣିଆଁ ଆଉ ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ ।
ରିପୋର୍ଟ; ନିକୁଞ୍ଜ ଚାଲାଣ