ତାତିଲେ ମହିଳା, ମଦ ବୋଝେଇ ଗାଡି ସହ ୨ଜଣଙ୍କୁ ଅଟକ ରଖିଲେ

ପୋଲସରା (ଅନୁସନ୍ଧାନ); ତାତିଲେ ମହିଳା । ମଦ ବିରୋଧରେ ଆନ୍ଦୋଳନ । ମଦ ବୋଝେଇ ଗାଡିକୁ ଅଟକ ରଖିବା ସହିତ ଦୁଇଜଣଙ୍କୁ ମଧ୍ୟ ଅଟକ ରଖିଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଯୋକବନ୍ଧ ଗ୍ରାମରୁ ଆସିଛି ଏଭଳି ଖବର । ଏକା ସାଙ୍ଗରୁ ୫୦ରୁ ଉର୍ଜ୍ଜ ମହିଳା ଏକାଠି ହୋଇ ଏପରି ପ୍ରତିବାଦ କରିଥିବା ନଜରକୁ ଆସିଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଏପରି କାର୍ଯ୍ୟକୁ ଜନସାଧାରଣରେ ବେଶ ପ୍ରଂଶସା କରାଯାଇଛି ।

ସୂଚନା ଥାଉକି, ଆଜି ସଂନ୍ଧ୍ୟାରେ ମଦ ବୋଝେଇ ଗାଡି ଆସୁଥିବା ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ୫ଟି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଗାଡିକୁ ଗାଁକୁ ପଶାଇ ଦେଇନଥିଲେ । ଆଉ ମଦ ନେଇ ଆସିଥିବା ଦୁଇଜଣଙ୍କୁ ମଧ୍ୟ ଅଟକ ରଖିଛନ୍ତି । ତେବେ ଆମ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ପହଁଞ୍ଚିନଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଚାପା ଉତେଜନା ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଏଭଳି ମହିଳାମାନେ ମଦ ଗାଡିକୁ ଅଟକାଇଥିଲେ । ଆଉ ଆନ୍ଦୋଳନ କରିଥିଲେ । ମଦ ପିଇ ଅନେକ ଲୋକଙ୍କ ଦେହ ଖରାପ ହେଉଥିବା ବେଳେ କେତେକ ଲୋକଙ୍କ ପରିବାର ଉଜୁଡି ଯାଉଥିବା କହିଛନ୍ତି ମହିଳାମାନେ । ଏଣୁ ଗାଁକୁ ଆମେ ମଦଗାଡି ପୁରେଇ ଦେବୁ ନାହିଁ ମୁହେଁ ମୁହେଁ କହିଛନ୍ତି । ଗୋଟିଏ ପଟେ ସରକାର ମଦ ବେପାରୀ ପ୍ରୋତ୍ସାହନ ଦେଉଥିବା ବେଳେ ଅନ୍ୟପଟେ ମହିଳାଙ୍କ ବିଦ୍ରୋହ । ତେବେ ମହିଳାଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଭୁରି ଭୁରି ପ୍ରଂଶସା କରିଛନ୍ତି ।
ରିପୋଟ; ଶିବପ୍ରସାଦ ସାହୁ