ବିରାଟ ବାହିନୀର ବିରାଟ ବିଜୟ

ବେଙ୍ଗାଲୁରୁ (ଅନୁସନ୍ଧାନ ବ୍ୟୁରୋ); ବେଙ୍ଗାଲୁରୁରେ ବିରାଟ ବାହିନୀର ବଡ ବିଜୟ । ୭ୱିକେଟରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ତିନି ଦିନିକିଆ ବିଶିଷ୍ଟ ସିରିଜରେ ଭାରତ ଶେଷ ମ୍ୟାଚରେ ରୋମଞ୍ଚକ ବିଜୟ ହାସଲ କରିଛି ଭାରତ । ଶ୍ରେୟସ ମନୀଷ ପାଣ୍ଡେ ଏକ ସୁନ୍ଦର ଚୌକା ମାରି ଦଳକୁ ବିଜୟ କରିଛନ୍ତି । ନୂଆବର୍ଷରେ ପ୍ରଥମ ଦିନିକିଆ ସିରିଜ ବିଜୟ ହୋଇ ଦଳ ନୂଆ ରେକର୍ଡ କରିଛି ।

ଆଜି ଅଷ୍ଟ୍ରେିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ୱିକେଟ ହରାଇ ୨୮୬ ରନ କରିଥିଲା । ଦଳ ପକ୍ଷରୁ ସ୍ମିଥ ସର୍ବାଧିକ ୧୩୧ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ୱିକେଟ ଅକ୍ତିିଆର କରିଆର କରିଥିଲେ । ସେପଟେ ୨୮୭ ରନକୁ ଲକ୍ଷକୁ ପୂରଣ କରିବାକୁ ଯାଇ ୪୭ ଓଭର ୩ଟି ବଲରେ ବିଜୟ ହୋଇଛି । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୧୯ ରନ କରିଥିଲେ । ଅଧିନାୟକ କୋହଲି ୮୯ରନ କରିଥିବା ବେଳେ ଶ୍ରେୟସ ଆୟାର ୪୪ରନର ଯୋଗଦାନ କରିଥିଲେ ।