ପୋଲସରା ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ପୋଲସରା (ଅନୁସନ୍ଧାନ ବ୍ୟୁରୋ); ରାଜ୍ୟରେ ଦିନକୁ ଦିନ ଶାସକ ଦଳର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନ୍ୟ ଦଳଛାଡି ଦଳରେ ସାମିଲ ହେଉଛନ୍ତି ଶତାଧିକ କର୍ମୀ । ଏହାରିତରେ ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ୧୦୦ ପରିବାର । ସ୍ଥାନୀୟ ପୋଲସରା ବ୍ଳକ ଗରେଇଝୁଳି ଗ୍ରାମର ୧୦୦ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହସବୁ ପରିବାର ପୂର୍ବରୁ ବିଜେପିରେ ଥିବା ସୂଚନା ମିଳିଛି ।

ଅନୁଷ୍ଠିତ ମିଶ୍ରଣ ପର୍ବରେ ସ୍ଥାନୀୟ ଅଞ୍ଚଳର କର୍ମୀମାନେ ଉପସ୍ଥିତ ଥିଲେ । ପୂର୍ବତନ ସମିତିସଭ୍ୟ କିରଣ କୁମାର ନାହାକଙ୍କ ନେତୃତ୍ୱରେ ଏହିସବୁ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣପର୍ବରେ ସ୍ଥାନୀ ୟସରପଞ୍ଚ,ସମିତିସଭ୍ୟଙ୍କ ସହ ଦଳର ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ । ବିଜେଡିକୁ ଆଗାମୀଦିନରେ ଆଗେଇ ନେବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ଲୋକଙ୍କ ସାମନାରେ ବକ୍ତବ୍ୟ ରଖିଥିଲେ ବିଧାୟକ ।

ସେପଟେ ଆଜି ବିଧାୟକ ଆହୁରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଭଞ୍ଜନଗରରେ ଆୟୋଜିତ ହୋଇଥିବା ତହସିଲ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ । ଏହାସହ ବୁଗୁଡା ବ୍ଳକ ବୁଦ୍ଧଖୋଲଠାରେ ସି.ଆରସି,ସି ତରଫରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ବିଧାୟକ । ସେପଟେ ପୋଲସରା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର କନକ ଦୁର୍ଗା ବିଦ୍ୟାପୀଠ ର ବାର୍ଷିକ ଉତ୍ସବ ପାଳନ ଅବସରରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି।