ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ରାଜ୍ୟରେ ବିଜେଡି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଥିବା ବେଳେ ବିଜେପି ଦିନକୁ ଦିନ ଉନ୍ନତି ପଥରେ ଅଗ୍ରସର ହେଉଛି । କିନ୍ତୁ କଂଗ୍ରେସର ଅବସ୍ଥାର ଶୋଚନୀୟ ହେଉଥିବା ଦେଖିବାକୁ ମିଳିଛି । ତେବେ ଏସବୁ ନେତୃତ୍ୱ ଅଭାବରୁ ହେଉଥିବା କହୁଛନ୍ତି ରାଜନୈତିକ ବିଶେଷଜ୍ଞମାନେ । ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ରସରକାର ବିଭିନ୍ନ ଦୁର୍ନିତୀର ଫର୍ଦ୍ଧକୁ ଓଲଟାଉଛନ୍ତି ପ୍ରଦେଶ କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ଅଧିକାଂଶ ସମୟରେ ଦସ୍ତାବିଜ ସହ ସରକାରଙ୍କ ଗୁମର ଖୋଲୁଛନ୍ତି ସତ୍ୟ । କିନ୍ତୁ ଏବେ ସତ୍ୟଙ୍କୁ ପଦରୁ ହଟାଇବା ଲାଗି ନିରଞ୍ଜନ ଚେଷ୍ଠା କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଗତ ୧୭ ତାରିଖରେ ନିରଞ୍ଜନ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଏକ ଦସ୍ତାବିଜ ଦେଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ନୂଆ ମିଡିଆ ସେଲ କମିଟି ଗଠନ ହେବ ଏବଂ ସଦସ୍ୟଙ୍କ ନାମ ରହିଛି । ତେବେ ଏକଥା ଆମେ କହୁନାହୁଁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାଗଜ ଏଭଳି ବୟାନ କରୁଛି । ତେବେ ଭାଇରାଲ ହେଉଥିବା ଚିଠାରେ ସତ୍ୟଙ୍କୁ ବାଦ ଦିଆଯାଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ ସତ୍ୟ । ଯେଉଁ ସମୟରେ କି କଂଗ୍ରେସ ଅବସ୍ଥା ଶୋଚନୀୟ ଥିଲା । ସେ ଅଧିକାଂଶ ସମୟରେ ପ୍ରେସମିଟ ଡାକି ଶାଣିତ ସ୍ୱରରେ ଦସ୍ତାବିଜ ସହ ବହୁ ଦୁର୍ନିତୀଖୋର ନେତାଙ୍କ ବିରୋଧରେ ଶାଣିତ ସ୍ୱରରେ ବଖାଣିଛନ୍ତି । ତେବେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଛାଡି ପଳାଉଛନ୍ତି । କିନ୍ତୁ ଦଳର ତୃଣମୂଳ ସ୍ତରକୁ ଦୃଢ଼ କରୁଥିବା ସତ୍ୟଙ୍କୁ ନିରଞ୍ଜନ କାହିଁକି ହଟାଇବାକୁ ଚାହୁଁଛନ୍ତି ତାହା ଜଣା ପହିନାହିଁ ।

ପିସିସି ସଭାପତି ପରିବର୍ତ୍ତନ ନେଇ ଦଳରେ ଏବେ ତୁମ୍ବି ତୋଫାନ ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ କଂଗ୍ରେସଭବନରେ ହାଇପ୍ରୋଫାଇଲ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । କେତେବେଳେ ବାଉନ୍ସର କଂଗ୍ରେସ ଭବନରେ ରହୁଛନ୍ତି ତ ଆଉ କେତେବେଳେ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ତେବେ ଏସବୁ ଭିତରେ ସତ୍ୟଙ୍କ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ସେ ବିରୋଧୀଙ୍କ ପୋଲ ଖୋଲୁଥିବା ବେଳେ ତାଙ୍କ ପଦରୁ ହଟାଯିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ପୋଲ ଖୋଲୁଥିବା ସତ୍ୟଙ୍କୁ ବିଧାନସଭା ଅଧିବେଶନ ପୂର୍ବରୁ ହଟାଇବାର ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି । ତେବେ ଏହି କଥା ଯଦି ସତ ହୋଇଥିବ ତେବେ କଥା ସାଙ୍ଘାତିକ ହେବ ବୋଲି ୟୁଜର୍ସମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ କମେଣ୍ଟ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀଦିନରେ କଣ ହେଉଛି ପିସିସି ସଭାପତିଙ୍କ ନିଷ୍ପତି ଆଉ କେଉଁ ଦିଗକୁ ଦର୍ଶେଇବ ସତ୍ୟଙ୍କ ଭାଗ୍ୟ ।

You must be logged in to post a comment.