ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଅକଲ୍ୟାଣ୍ଡ (ଅନୁସନ୍ଧାନ ବ୍ୟୁରୋ); ବିରାଟ ବାହିନୀର ବିରାଟ ବିଜୟ । ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତର ବଡ ବିଜୟ । ୫ଟି ଟି-୨୦ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଶ୍ରେୟସ ଆୟାରଙ୍କ ସୁନ୍ଦର ଛକାରେ ଭାରତ ବିଜୟର ସ୍ୱାଦ ଚାଖିଛି । ୨୦୪ ରନର ବିଶାଳ ସ୍କୋରକୁ ଭାରତ ୧୯ ଓଭରରେ ୬ୱିକେଟ ଜିତି ନେଇଛି । ଭାରତୀୟ ପ୍ରଂଶସକମାନେ ବେଶ ଖୁସି ।

ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୫ୱିକେଟ ହରାଇ ୨୦୩ ରନ କରିଥିଲା । ଦଳ ପକ୍ଷରୁ କେନୱିଲିୟମସନ,କୋଲିନ ମୁନରୋ ଏବଂ ରସ ଟେଲର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେବେ ଭାରତୀୟ ବୋଲରମାନେ ଭାଗ ବାଣ୍ଟି ୱିକେଟ ଅକ୍ତିଆର କରିଥିଲେ । ୨୦୪ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯ ଓଭର ମଧ୍ୟରେ ସମାପ୍ତ କରିଛି । ଦଳ ପକ୍ଷରୁ ରାହୁଲ ଏବଂ ଆୟାର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେବେ ରାହୁଲ ଏବଂ କୋହଲି ଯୋଡି ଦଳକୁ ଦୃଢ଼ କରିଥିଲା । ଆଉ ଶେଷ ସମୟରେ ଆୟାରଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟ ଦେଇଥିଲା ।