ଠକି ଦେଲେ ବିଜେପି ନେତା

ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ପଇସା ଦେବେ କହି ରାଲିକୁ ଡାକିଲେ । ଆଉ ଦିନ ତମାମ ବସାଇଲେ କିନ୍ତୁ ଶେଷରେ ଭାତ ଡାଲମା ଖାଇବାକୁ ଦେଇ ଟୋପି ପିନ୍ଧାଇ ଛାଡିଦେଲେ ବିଜେପି ନେତା । ଏବେ ଏମିତି ଏକ ଅଭିଯୋଗ ଆସିଛି ବିଜେପି ନେତା ବିରୋଧରେ । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଫଟୋ ମଧ୍ୟ ଉଠିଛି କିନ୍ତୁ ପଇସା ମିଳିନାହିଁ । ତେବେ ଏକଥା ଆମେ କହୁନାହୁଁ ସୋସିଆଲ ମିଡିଆରେ ଏବେ ଏମିତି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଭଦ୍ରକରେ ରାଲିରେ ଜଣେ ମାନସିକ ବିକାରଗ୍ରସ୍ତ ଲୋକକୁ ନେଇଯାଇଥିଲେ ନେତା । ଆଉ ସେଠାରେ ସେ ଦିନ ତମାମ ରହିଥିଲେ ତେବେ ତାଙ୍କୁ ୫୦୦ ଟଙ୍କା ଦେବା ଲାଗି କହିଥିଲେ କିନ୍ତୁ ନଦେବା ପରେ ସେ ପଡିଆରେ କାନ୍ଦୁଥିଲେ । କିଛି ଯୁବକ ତାଙ୍କୁ ଉଦ୍ଧାର କରି ଖାଇବାକୁ ଦେବା ସହ ଟଙ୍କା ଦେଇ ଘରେ ଛାଡିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ୟୁଜର୍ସମାନେ ବିଜେପି କର୍ମୀଙ୍କ ମନଇଛା ଗାଳି କରିବା ସହିତ ଇଜ୍ଜତର ଧଜିଆ ଉଡାଉଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନୂଆ କରି ରାଜ୍ୟ ବିଜେପି ଭାର ସମ୍ଭାଳୁଥିବା ସମୀରଙ୍କ କାର୍ଯ୍ୟ ଆରମ୍ଭରୁ ଆସିଲାଣି ଏଭଳି ଅଭିଯୋଗ । ତେବେ ଘରେ ପଶୁ ପଶୁ ଚାଳ ଯେତେବେଳେ ବାଜିଲାଣି ଆଗକୁ କଣ ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।