ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଳାନ ସବୁବେଳେ ନିଆରା ଥାଏ । ବିରୋଧୀ ସବୁବେଳେ ଚକମା ଦେଇଥାନ୍ତି ସେ । ତେବେ ଆଗକୁ ୩ଟି ରାଜ୍ୟସଭା ସିଟ ଖାଲି ହେବାକୁ ଯାୁଥିବା ବେଳେ ଅନୁଭବ ଲୋକସଭା ସାଂସଦ ହେବା ପରେ ରାଜ୍ୟସଭା ସିଟ ମଧ୍ୟ ଖାଲି ପଡିଛି । ତେବେ ଏହି ସବୁ ସିଟରେ କାହାକୁ ରାଜ୍ୟସଭା ପଠାଯିବ ତାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି । ନିର୍ବାଚନରେ ହାରିଥିିବା ହେବିୱେଟ ନେତା ଏବଂ ଟିକେଟ ନପାଇ ଆଶାୟୀଥିବା ଦଳରେ ଗଣ୍ଡା ଗଣ୍ଡା ନେତା ରହିଛନ୍ତି ।
ତେବେ ନବୀନ କାହାକୁ ଭରଷା କରିବେ ତାଉପରେ ସମସ୍ତଙ୍କ ନଜର । ସବୁବେଳେ ସବୁ ନିର୍ବାଚନ ପୂର୍ବରୁ ନବୀନ ରଖିଥାନ୍ତି ସସପେନ୍ସ । ସେ ସାଧାରଣ ନିର୍ବାଚନ ସମୟରେ ଟିକେଟ ବଣ୍ଟା ହେଉ ବା ବିଜୟୀ ପରେ ମନ୍ତ୍ରୀ ପଦ । କେତେବେଳ କଣ ହେବ ଆଗୁଆ ଅନୁମାନ କରିବା କାଠିକର ପାଠ ପାଲଟି ଯାଉଛି । ତେବେ ରାଜ୍ୟସଭାକୁ ଯିବା ଲାଗି ଏବେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ନବୀନ ନିବାସ ଯାଇ ନେଙ୍ମାନେ ଲବି କରୁଥିବା ଶୁଣିବାକୁ ମିଳୁଛି । ସେପଟେ କିନ୍ତୁ ଏଯାବତ ମୁଖ୍ୟମନ୍ତ୍ରୀ କାହାକୁ ପଠାଇବେ ସେନେଇ କିଛି ବି ସୁରାଗ ମିଳିନାହିଁ । ଏଣୁ ସବୁଠି ଚର୍ଚ୍ଚା ହେଉଛି କି ନବୀନଙ୍କ ଗେମପ୍ଳାନ ଜାଣିବା ମୁସକିଲ ।
