ନୟାଗଡ (ଅନୁସନ୍ଧାନ ବ୍ୟୁରୋ); ସରକାରଙ୍କ କଟକଣା ଅଧାରେ ହୋଇଛି ବାଟବଣା । ରାଜ୍ୟ ସଂଗ୍ରାହାଳୟ ପାଲଟିଛି ରାଜନୈତିକ କର୍ମଶାଳା । ସରକାର କା ମାଲ ଦରିଆ ମେଁ ଡାଲ । ବିକାଶ ଲାଗି ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା । କିନ୍ତୁ ଏସବୁ ପାଣିରେ ପଡୁଥିବା ଅନୁଭବ ହେଉଛି । ନୟାଗଡ ଜିଲ୍ଲା ନୁଆଗାଁ ବ୍ଳକ ଉପୟପୁରରେ ଥିବା ଦାଶରଥୀ ପଟ୍ଟନାୟକ ରାଜ୍ୟ ସଂଗ୍ରାହାଳୟ ଏବେ ପାଲଟି ଯାଇଛି ରାଜନୈତିକ କର୍ମଶାଳା । କିଛି ମୁଷ୍ଟିମେୟ ଗୋଷ୍ଠୀ ଏଠାରେ ପ୍ରତ୍ୟେକ ଦିନ କରୁଛନ୍ତି ବୈଠକ । ସବୁଠାରୁ ବଡ କଥା ହେଉଛି ଉଦୟପୁର ଗ୍ରାମପଞ୍ଚାୟତରେ ହେଉଥିବା ସମସ୍ତ ସରକାରୀ କାମ ଲାଗି ମଧ୍ୟ ଏଠାରେ ଡିଲ ହେଉଥିବା ଅଭିଯୋଗ ହେଉଛି ।

ପ୍ରତିଦିନ ସଂନ୍ଧ୍ୟାରେ ଚାଲୁଛି ଖଟି । ଗଣ୍ଡା ଗଣ୍ଡା କୁଜି ନେତାଙ୍କ ଗହଳରେ କମ୍ପୁଛି ସଂଗ୍ରାହାଳୟ । ସେପଟେ ଏଠାରେ ନିୟୋଜିତ କର୍ମଚାରୀ ମାସକୁ ମାସ ପାଉଛନ୍ତି ମୋଟା ଅଙ୍କର ଦରମା । କିନ୍ତୁ କାମ ନକରି ବନିଯାଇଛନ୍ତି ଚାଟୁକାର । ତେବେ ଏଠାରେ ଯେତେସବୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏଥିରେ ରହିଥିବା ମାଷ୍ଟରମାଇଣ୍ଡ ମଧ୍ୟ ନିଜେ ସଂଗ୍ରାହାଳୟର ଜଣେ କର୍ମଚାରୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରାକାରଙ୍କଠାରୁ ପାଉଛନ୍ତି ମୋଟା ଅଙ୍କର ଦରମା । କିନ୍ତୁ ସଂଗ୍ରାହାଳୟ କାମ ବେଳକୁ ଶୂନ । କିନ୍ତୁ ରାଜନୈତିକ କାମ ବେଳକୁ ମୁଣ୍ଡ ଅଧିକ ବିନ୍ଧି ଯାଉଛି । କିଛିଜଣଙ୍କୁ ସବୁବେଳେ ଡକାଇ କରାଯାଉଛି ବୈଠକ ।

ସେପଟେ ମାଗଣାରେ ଭୋଜି ଭାତ ହେଉଥିବାରୁ ମଧ୍ୟ ଜମୁଛି ଲୋକଙ୍କ ଭିଡ । ଏମିତିକି ଅଧିକାଂଶ ସମୟରେ ଦିନରେ କରାଯାଉଛି ମିଟିଙ୍ଗ । ଯେଉଁ କାରଣରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଏମିତିକି ମାସ ମାସ ଧରି ଏଠାକୁ ପର୍ଯ୍ୟଟକଙ୍କ ପାଦ ମଧ୍ୟ ପଡୁନାହିଁ । କିନ୍ତୁ କାଗଜ କଲମରେ ସବୁକିଛି ଠିକ କରିଦେଉଛନ୍ତି ପଇସାଖିଆ ବାବୁମାନେ । ତେବେ ରାଜ୍ୟରେ ଥିବା ସଂଗ୍ରାହାଳୟ ମଧ୍ୟରେ ରହିଥିବା ଏହି ଦାଶରଥୀ ପଟ୍ଟନାୟକ ସଂଗ୍ରାହାଳୟର ମଧ୍ୟ ସ୍ୱତନ୍ତ୍ର ମାନ୍ୟତା ରହିଛି । ସବୁବେଳେ ବ୍ୟୟବରାଦ ହେଉଛି ଲକ୍ଷାଧିକ ଟଙ୍କା । କିନ୍ତୁ ଦାୟିତ୍ୱରେ ଥିବା ବାବୁ ସବୁ ଆତ୍ମସାତ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହେଉଛି ।

ତେବେ ଆମେ ଆଶା କରୁଛୁ ଆମ ଖବର ବାଜିବା ପରେ ପ୍ରଶାସନର ପଡିବ ଉଚିତ ନଜର । ସେପଟେ ଆମେ କାହା ବିରୋଧ କିମ୍ବା କାହାର ସମ୍ମାନ ହାନି କରିବାକୁ ଚାହୁଁନାହୁଁ । କିନ୍ତୁ ଏଠାରେ ଦିନରାତି ମିଟିଙ୍ଗ କରାଯାଉଛି । ଏବଂ ନାଲିପାଣି ପକେଇ କରାଯାଉଥିବା କଳାକାରନାମାକୁ ନିନ୍ଦା କରୁଛନ୍ତି ସ୍ଥାନୀୟ ଲୋକେ । ସେପଟେ ଟଙ୍କା ଦେଇ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀବାବୁଙ୍କ ମୁହଁ ମଧ୍ୟ ଚୁପ କରି ରଖିଛି ମାଷ୍ଟର ମାଇଣ୍ଡ କର୍ମଚାରୀ । ତେବେ ଆମ ଖବରକୁ ଏତେ ମାତ୍ରାରେ ସେୟାର କରନ୍ତୁ କି ଯେମିତି ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ନିକଟରେ ପହଁଞ୍ଚିବ ଆମ ଖବର । ଆଉ ଏଦିଗରେ ଉଚିତ ତଦନ୍ତ କରି ନିଆଯାଉ ଉଚିତ ପଦକ୍ଷେପ ।

You must be logged in to post a comment.