ଠକିଦେଲେ ନବୀନ!

ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଦୀର୍ଘଦିନ ହେବ ଯେଉଁ ଚର୍ଚ୍ଚା ଚାଲିଥିଲା ଆଜି ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ । ମୁନା ଖାଁ,ସୁଜିତ କୁମାର,ମମତା ମହାନ୍ତ ଏବଂ ସବୁାଷ ସିଂଙ୍କ ନାମ ଘୋଷଣା କରିଛନ୍ତି ନୀବନ । ତେବେ ପୂର୍ବରୁ ଯେଉଁ ନେତାଙ୍କ ନାମ ଚର୍ଚ୍ଚା ହେଉଥିବା ସେମାନଙ୍କ ନାଁ ଗନ୍ଧ ଉଠିଲାନାହିଁ । ରାଜ୍ୟସଭା ଟିକେଟ ଲାଗି ଆଶା ବାନ୍ଧି ବସିଥିବା ଗଣ୍ଡା ଗଣ୍ଡା ନେତାମାନେ ଶେଷରେ ହତାସ ହୋଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସାଧାରଣ ନିର୍ବାଚନ ସମୟରେ ଟିକେଟ ନଦେଇ ରାଜ୍ୟସଭା ଲଡୁ ଦେବାର ସ୍ୱପ୍ନ ଦେଖାଇବା କିଛି ବରିଷ୍ଠ ନେତାଙ୍କୁ ଏବେ ନବୀନ ଠକିଦେଲେ ବୋଲି ରାଜରାସ୍ତାରୁ ରାଜଧାନୀ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।


ବ୍ରହ୍ମପୁରର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉଁ ପଟ୍ଟନାୟକ ଏବଂ ପ୍ରଶନ୍ନ ପାଟ୍ଟଶାଣି ରାଜ୍ୟସଭା ଯିବା ଲାଗି ବହୁଦିନ ହେବ ଚାହିଁ ବସିଥିଲେ । ଏମିତିକି ସେମାନଙ୍କୁ ନବୀନ ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବା କଥା ସବୁଠି ଶୁଣିବାକୁ ମିଳୁଥିଲା । କିନ୍ତୁ ଶେଷ ମୂହୁର୍ତ୍ତରେ ନବୀନ ସେମାନଙ୍କ ନାମ ବଦଳରେ ଯେଉଁ ମାନଙ୍କ କଥା କେହି କେବେ ଭାବିନଥିଲେ ସେମାନଙ୍କ ନାମ ଘୋଷଣା କରିଛନ୍ତି ନବୀନ । ଏହି ଘୋଷଣା କରେ ନବୀନ ପୁଣିଥରେ ନିଜର ବିଚକ୍ଷଣତାକୁ ଦେଖାଇଛନ୍ତି । ସବୁବେଳେ ନବୀନ ସସପେନ୍ସ ରଖିଥାନ୍ତି । ଅ୍ଧମ ଏମିତି କିଛି ଘୋଷଣା କରନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ ।

ତେବେ ରାଜ୍ୟସଭା ଟିକେଟ ଲିଷ୍ଟରେ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ରହିଥିଲା । ଏମିତିକି ନବୀନ ନିବାସକୁ ଦୌଡି ଦୌଡି ନେତାଙ୍କ ଚପଲ ଘୋରି ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ରାତି ଅନିଦ୍ରା ହୋଇଥିବା ନେତାଙ୍କ ମୁଗୁରା ପଛ ଖୋଲା ଭଳି ପରିସ୍ଥିତି ଦେଖାଦେଲା । ଏଣେ ନବୀନ ୪ଜଣଙ୍କ ନାମ ଘୋଷଣା କରିବା ପରେ ସବୁଠି ଚର୍ଚ୍ଚା ହେଉଛି କି ରମେଶଚ୍ୟାଉଁ ପଟ୍ଟନାୟକଙ୍କୁ ଜିଲ୍ଲା ସଭାପତି ଚକୋଲେଟ ଧରାଇ ନବୀନ ଠକିଦେଲେ । ଆଉ ବାବା ପ୍ରଶନ୍ନ ପାଟଶାଣୀ ଯେମିତି ପୁଣି କିଛି ନୂଆ ଆଶା ରହିଗଲେ ।