ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଟ୍ୱିଟକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ନିକଟରେ ବିଜେଡି ସୁପ୍ରିମୋ ରାଜ୍ୟସଭା ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ଏହି ରାଜ୍ୟସଭା ରାଜନୀତିକୁ ନେଇ ମଜାଳିଆ ଢ଼ଙ୍ଗରେ ତଥାଗତ ଟ୍ୱିଟ୍ କରିଥିବା ଦେଖିବାକୁ ମିଳିଛି । ସେ ନିଜ ଟ୍ୱିଟ୍ରେ ପୋଷା କୁରୁର ଗୁଲୁର ଫଟୋ ପୋଷ୍ଟ କରିବା ସହିତ ଲେଖିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି କି ରାଜ୍ୟସଭା ପାଇଁ ସେ ‘ଗୁଲୁ’କୁ ସମର୍ଥନ କରୁଛନ୍ତି । ଏହାପର ବାକ୍ୟରେ ଲେଖିଛନ୍ତି, ବିଶ୍ୱାସ କରନ୍ତୁ, ଗୁଲୁ ଦେଶର ଯେକୌଣସି ଦଳର ପ୍ରାର୍ଥୀଙ୍କଠାରୁ ଖୁବ୍ ବିଶ୍ୱସ୍ତ । ସମସ୍ତେ ସ୍ୱାଗତ କରିବା ସହ ତାକୁ ଭେଟିବାକୁ ଆସନ୍ତୁ । ସେ ସମସ୍ତଙ୍କ ନିଦ ହଜାଇଦେବ ।
ତେବେ ତଥାଗତଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଲୋକେ ମଧ୍ୟ ମଜାଳିଆ ମଜାଳିଆ କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି । ତେବେ ତଥାଗତ ଏଭଳି ଟ୍ୱିଟ କରିବା ପଛର କାହାଣୀକୁ ନେଇ ମଧ୍ୟ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଯଦିଓ ଏବେ ସେ ସକ୍ରିୟ ରାଜନୀତିଠାରୁ ଦୂରେଇ ରହିଛନ୍ତି କିନ୍ତୁ ମଝିରେ ମଝିରେ ଏଭଳି ଛୁଙ୍କ ଦେଉଥିବା ଦେଖିବାକୁ ମିଳୁଛି ।
