ନକ୍ସଲଙ୍କ ସହ କେକ୍ କାଟିଲେ ପୋଲିସ

ମାଲକାନଗିରି (ଅନୁସନ୍ଧାନ ବ୍ୟୁରୋ): ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲେ ପୋଲିସ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ କାଟିଛନ୍ତି ପୋଲିସ । ନକ୍ସଲଙ୍କୁ ଧରିବା ପାଇଁ ପୁଲିସ୍ ଲକ୍ଷେ ଟଙ୍କାଏ ଲେଖାଏ ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର। ବୁଧବାର ଉଜଚୠର ଡିଆଇଜି ଏବଂ ଦନ୍ତେୱାଡା ପୁଲିସ ନିକଟରେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରେଣ୍ଡର କରିଥିବା ନକ୍ସଲ ନାଁ ହେଲା ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଞ୍ଜିସ ମୁଚାକି। ଏହି ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ସେମାନଙ୍କ ପୁରସ୍କାର ରାଶି ଦେବା ସହ ସେମାନଙ୍କ ଥଇଥାନ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ରାଜ୍ୟ ସରକାର କରିବେ ବୋଲି ଦନ୍ତେୱାଡା ଝଚ ଅଭିଷେକ ପଲ୍ଲଭ କହିଛନ୍ତି।