ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ): ଗଣମାଧ୍ୟମ ହେଉଛି ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ଜନସାଧାରଣଙ୍କ ସୁଖ ଦୁଃଖର ସାଥୀ । ଲୋକଙ୍କ ଅସୁବିଧାକୁ ସରକାରଙ୍କ ନିକଟରେ ପହଞ୍ଚାଇଥାଏ ଗଣମାଧ୍ୟମ । ସମାଜରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସାଧାରଣ ଲୋକ ମଧ୍ୟ ଗଣମାଧ୍ୟମକୁ ସମ୍ମାନ ଜଣାଇଥାନ୍ତି । କିନ୍ତୁ ଏବେ କିଛି ଗଣମାଧ୍ୟମ ସଂସ୍ଥା ଏବଂ କର୍ମଚାରୀଙ୍କ ଲାଗି ଗଣମାଧ୍ୟମକୁ ଲୋକେ ନିନ୍ଦା କରିବା ଆରମ୍ଭ କରିଦେଲେଣି । ସାଧାରଣ ଜନତାଙ୍କ କଥା ନଶୁଣି ଗଣମାଧ୍ୟମ ସଂସ୍ଥା ମଧ୍ୟରେ ଲାଗି ରହିଛି ତୁ ତୁ ମେଁ ମେଁ । ଓଡ଼ିଶାର ଏକ ନମ୍ବର ଟିଭି ଚ୍ୟାଲେନ ଓଟିଭି ବିରୋଧରେ ନନ୍ଦିଘୋଷ ଟିଭି ଖବର ପ୍ରସାରଣ କରୁଥିବା ବେଳେ ନନ୍ଦିଘୋଷ ଟିଭି ବିରୋଧରେ ଖବର ପ୍ରସାରଣ କରୁଛି ଓଟିଭି । ଉଭୟ ଉଭୟଙ୍କର ଗୁମର ଖୋଲିବାରେ ବ୍ୟସ୍ତ ରହିଛନ୍ତି । ଏହାରି ଭିତରେ ଫାଇଦା ନେବାକୁ ବସିଛନ୍ତି କିଛି ୱେବ ଚ୍ୟାନେଲ । ଏମାନେ କେତେବେଳେ ଓଟିଭିକୁ ପ୍ରଂଶସା କରୁଛନ୍ତି ତ ଆଉ କେତେବେଳ ନନ୍ଦିଘୋଷ ଟିଭିକୁ । ଏହି କାଦୁଅ ଫୋପଡା ଫୋପଡି ଖବର ମଧ୍ୟରେ ସାଧାରଣ ଜନତାଙ୍କ ଖବର ଲୁଚି ଯିବାକୁ ବସିଲାଣି ।
ସେପଟେ ବଡ଼ ବଡ଼ ଗଣମାଧ୍ୟମ ନିଜ ନିଜ ମଧ୍ୟରେ ଗୋଡ ଟଣା ଟଣି ହେଉଥିବା ବେଳେ ଓଡ଼ିଶା ଟେଲିଭିଜନ ଜଗତରେ ନୂଆ କରି ପାଦ ଥାପିଥିବା “ବଡ଼ ଖବର’ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହେବାକୁ ଲାଗିଛି । “ବଡ଼ ଖବର’ର ମୁଖ୍ୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ସାଧାରଣ ଜନତାଙ୍କ ସ୍ୱର ହୋଇଛନ୍ତି । ମାତ୍ର ଦିନ କେଇଟାରେ ଗଣମାଧ୍ୟମ ଜଗତକୁ ଆସିଥିବା “ବଡ଼ ଖବର’ରେ ପ୍ରତିଦିନ ପ୍ରକାଶ ପାଉଛି ସାଧାରଣ ଜନତାଙ୍କ ଖବର । କାହାକୁ ଭତ୍ତା ମିଳିନାହିଁ ତ ଆଉ କାହାର ପକ୍କାଘର ହୋଇପାରୁନି ଏଭଳି ସାଧାରଣ ଜନତାଙ୍କୁ ଗୁରୁତ୍ୱ ଦେଇ କରାଯାଉଛି ଖବର ପ୍ରସାରଣ । ପ୍ରସାରଣ ହୋଇଥିବା ଅଧିକାଂଶ ଖବରର ମଧ୍ୟ ପ୍ରଭାବ ପଡିଛି । ସେପଟେ ଏଭଳି ସାଧାରଣ ଜନତାଙ୍କ ଖବର ପ୍ରସାରଣ ଚାଲୁ ରହିବ ବୋଲି ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି ।
ହାତ ଗଣତି କେତେକ ୱେବ ପୋଟାଲ ସାମ୍ବାଦିକମାନେ ଦାଦାବଟି ମାଗିବାରେ ବ୍ୟସ୍ତ ରହୁଥିବା ବେଳେ ପ୍ରତିଷ୍ଠିତ ଗଣମାଧ୍ୟମ ଗୁଡିକ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଅଧାରୁ ଅଧିକ ଗଣମାଧ୍ୟମ ସଂସ୍ଥା ରାଜନେତାଙ୍କ ପୃଷ୍ଠପୋଷକତାରେ ଚାଲଛି । ଏଣୁ ସେମାନେ ଚାଟୁକାରିତା କରିବା ସ୍ୱାଭାବିକ । ଓଡ଼ିଶା ଗଣମାଧ୍ୟମ ଜଗତରେ କିନ୍ତୁ ପ୍ରଥମଥର ଲାଗି ଅର୍ଦ୍ଧେନ୍ଦୁ ଦାସଙ୍କ ଭଳି ଜଣେ ସାମ୍ବାଦିକ ସାଧାରଣ ଜନତାଙ୍କ ଲାଗି ରିସ୍କ ନେଇଥିବା ଦେଖିବାକୁ ମିଳିଛି । ଏବେ ବିଚାର କରିବେ ସାଧାରଣ ଜନତା । ଓଡ଼ିଶା ଗଣମାଧ୍ୟମ ସଂସ୍ଥା ମଧ୍ୟରେ କିଏ ଶୁଣୁଛି ଲୋକଙ୍କ କଥା । ଆଉ କିଏ କାମ ଲୋକଙ୍କ ଲାଗି । ଆପଣମାନଙ୍କ ମୂଲ୍ୟବାନ କମେଣ୍ଟ ଆମ କମେଣ୍ଟ ବକ୍ସରେ ଦେବାକୁ ଅନୁରୋଧ ।


You must be logged in to post a comment.