ଦିଲ୍ଲୀରେ ହିଂସା ପରେ ବିସ୍ଫୋରଣ

ନୂଆଦିଲ୍ଲୀ (ଅନୁସନ୍ଧାନ ବ୍ୟୁରୋ): ଦିଲ୍ଲୀରେ ହିଂସା ପରେ ଏବେ ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଜି ସଂଧ୍ୟାରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେହେଁ ଏଥିରେ ଦୂତାବାସ ନିକଟରେ ଥିବା କିଛି ଜାନବାହାନର କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଘଟଣାସ୍ଥଳରେ ପହଞ୍ଚିଛି । ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ କହିଛନ୍ତି ଯେ ରାଜେଶ ପାଇଲଟ ମାର୍ଗ ଉପରେ ବିସ୍ଫୋରଣ ହୋଇଥିଲା, ଏହାର ତଦନ୍ତ ଚାଲିଛି ।

ବୋମା ନିସ୍କ୍ରିୟକାରୀ ଟିମ ମଧ୍ୟ ଘଟଣାର ଛାନଭିନ କରୁଛି । ଏହି ବିସ୍ଫୋରଣ ଇସ୍ରାଏଲ୍ ଦୂତାବାସଠାରୁ ୧୫୦ ମିଟର ଦୂରରେ ହୋଇଛି । ପୁଲିସ୍ କହିଛିଯେ ସନ୍ଧ୍ୟା ୫.୦୫ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନାହାନ୍ତି । ଅବଦୁଲ କଲାମ ରୋଡକୁ ଘେରାମନ୍ଦୀ କରାଯାଇ ପୋଲିସ ଅଧିକ ଯାଞ୍ଚ ଚଳାଇଛି ।