ଖୋଲିବ ପଠାଣିସାମନ୍ତ ପ୍ଲାନେଟୋରିୟମ

ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ): ମାହାମାରୀ କରୋନା ବଦଳାଇ ଦେଇଛି ଦୁନିଆର ଚିତ୍ର । କରୋନା ପାଇଁ ବନ୍ଦ ରହିଥିଲା ବିିଭିନ୍ନ ଅନୁଷ୍ଠାନ ଓ ସଂଗ୍ରହାଳୟ । କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟୋରିୟମ ସମେତ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଅସନ୍ତା ଫେବୃଆରୀ ୨ରୁ ଖୋଲିବ । ପୁର୍ବରୁ ଯେପରି ଆକାଶରେ ଗ୍ରହ, ନକ୍ଷେତ୍ର, ସୂର୍ଯ, ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହାଣୁ ଆଦି ସମ୍ପର୍କରେ ଦର୍ଶକ ଦେଖିବା ସହିତ ଜାଣିବାର ସୂଯୋଗ ପାଉଥିଲେ, ତାହା ଦେଖିବାର ସୂଯୋଗ ପାଇବେ ।

ଆସନ୍ତା ମଙ୍ଗଳବାର ଠାରୁ ଖୋଲିବାକୁ ଥିବା ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲା ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଗୁଡ଼ିକ କୋଭିଡ଼-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେବଳ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ । ତେବେ ପ୍ରତିଦିନ ୫୦ ଜଣ ଦର୍ଶକ କୋଭିଡ କଟକଣାକୁ ପାଳନ କରି ଶୋ ଦେଖିପାରିବେ ବୋଲି ସୂଚନା ମିଳିଛି ।