ଭ୍ୟାନ ଓଲଟି ୭ ମୃତ୍ୟୁ

ଜୟପୁର (ଅନୁସନ୍ଧାନ ନ୍ୟୁଜ୍‌): ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କେତେବେଳେ କେମିତି ଓ କେଉଁ ରୁପରେ ଆସିବ ତାହା କେହି କହିପାରିବେ ନାହିଁ । ଦଶାହ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ହେଲେ ଅଧାବାଟରୁ ଆରପାରିକୁ ବାହୁଡ଼ିଗଲେ। ପିକ୍ଅପ୍ ଭ୍ୟାନ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଦଶାହ କାର‌୍ୟ ସାରି ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ଜାତୀୟ ରାଜପଥ ୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜୟପୁର ଉପଜିଲ୍ଲାପାଳ, ଏସ୍ଡିପିଓ ଘଟଣାସ୍ଥଳକୁ ଯାଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି। ଅନ୍ଧାର ଯୋଗୁଁ ଉଦ୍ଧାର କାର‌୍ୟ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଉଥବା ଜଚ୍ଚାପଡ଼ିଛି। ଉକ୍ତ ଭ୍ୟାନ୍ରେ ୨୦ରୁ ୨୨ ଜଣ ଲୋକ ଥିଲେ ବୋଲି ଜଚ୍ଚାପଡ଼ିଛି।


ସମସ୍ତ ଆହତମାନଙ୍କୁ ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପିକ୍ଅପ୍ର ସ୍ପିଡ୍ ବହୁତ ଥିଲା। ଗାଡ଼ିରେ ଆବଶ୍ୟକତା ଠାରୁ ଢେର ଅଧିକ ଲୋକ ଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।