ବାଲେଶ୍ୱର (ଅନୁସନ୍ଧାନ ବ୍ୟୁରୋ): ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳର ଟ୍ୟୁସନ କ୍ଲାସରେ ଯିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ଦାଶ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।
ସେପଟେ ଖସିଯିବାକୁ ଚେଷ୍ଟା କରୁଥିବା ରଶ୍ମିକୁ ଧରି ପୋଲିସ ଜିମା ଦିଆଯାଇଛି । ଗୁରୁତର ଆହତ ଛାତ୍ରୀଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।
